ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ଟିକର ଛକ ନିକଟରେ ହାଇଓ୍ଵା ପଛରେ ପିଟିହୋଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ମୃତ ଜଣେ ଗୁରୁତର। ସୁଚନା ମୁତାବକ ଦୁଇ ବାଇକ୍ ଆରୋହୀ ଏକ ବାଇକ୍ ଯୋଗେ କୁଆଖିଆ ପଟୁ ଆସୁଥିଲେ। ସେହି ସମୟରେ ଟିକର ଛକ ନିକଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଠିକା ସଂସ୍ଥା ଡିବିଏଲ ର ଏକ ହାଇଓ୍ଵା ରାଜପଥ ଉପରେ ଛିଡ଼ା ହୋଇଥିଲା। ଫଳରେ ବାଇକ୍ ଟି ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ହାଇଓ୍ଵା ପଛରେ ପିଟିହୋଇ ଯାଇଥିଲା। ଯାହାଦ୍ବାରା ବାଇକ୍ ଚାଳକ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ବାଇକ୍ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା କୁ ଦେଖି ସ୍ଥାନୀୟ ଲୋକେ ଏବଂ ସ୍ଥାନୀୟ ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପ ର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଙ୍କୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ଟାଉନ ମେଡିକାଲ ପଠାଇ ପାଣିକୋଇଲି ପୁଲିସ କୁ ଖବର ଦେଇଥିଲେ। ତେବେ ମୃତାହତ ଙ୍କ ପରିଚୟ ସ୍ପଷ୍ଟ ଭାବେ ମିଳିପାରିନଥିବା ବେଳେ ଉଭୟ ଭଦ୍ରକ ଜିଲ୍ଳା ବନ୍ତ ଅଞ୍ଚଳ ର ବୋଲି ଜଣାପଡ଼ିଛି।ଉଦ୍ଧର କାର୍ଯ୍ୟରେ