ଏ ସମାଜରେ ସ୍ଵାର୍ଥ ପଛରେ ଅଧିକାଂଶ ସମାଜ। ତଥାପି ସେହି ସମାଜରେ ସେବା ତଥା ସାହାଯ୍ୟ ମନୋବୃତ୍ତି ରଖୁଥିବା ବ୍ୟକ୍ତିତ୍ଵ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ନିଜର ବ୍ୟସ୍ତ ବହୁଳ ସମୟ ରେ ମଧ୍ୟ ଏମିତି କିଛି ବ୍ୟକ୍ତି ବିଶେଷ ଥାଆନ୍ତି ଯେଉଁମାନେ ସର୍ବଦା ସାହାଯ୍ୟ ମନୋବୃତ୍ତି ରଖିଥାନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ପାଣିକୋଇଲି ଚାନ୍ଦପୁର ଅଞ୍ଚଳ ର ସରୋଜ କୁମାର ନାୟକ। ସେ ଟାଟା ଷ୍ଟିଲ ର ଟାଟା ପାଓ୍ଵାର ରେ ପ୍ରିଇଭେଟ କର୍ମଚାରୀ ଭାବେ ଫାୟାର ସୁପରଭାଇଜର୍ ଭାବରେ କାର୍ଯ୍ୟରତ ଥିବାବେଳେ ନିଜର ଉପସ୍ଥିତି ବୁଦ୍ଧି ବଳରେ ସେ ଏକ ବଡ଼ ଦୁର୍ଘଟଣା ରୋକିଛନ୍ତି। ସୂଚନାଯୋଗ୍ୟ ଗତକାଲି ସକାଳ ସମୟରେ ଦାନଗଦି ସ୍ଥିତ ମାନପୁର ଓଭରବ୍ରିଜ ଉପରେ ଏକ କାର୍ ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇ କାର୍ ଟି ରାସ୍ତା ଉପରେ ଜଳି ଯାଇଥିଲା। ଫଳରେ ସେଠାରେ ଅନେକ ଲୋକ ଭିଡ ଜମାଇଥିଲେ। ଏହି କାର୍ ପଛରେ ଅନେକ ବସ୍ ମଧ୍ୟ ଅଟକି ରହିଥିଲା। ସେହି ସମୟରେ ସେହି ରାସ୍ତା ଦେଇ ବାଇକ୍ ରେ ସରୋଜ ନିଜର କର୍ମକ୍ଷେତ୍ର କୁ ଯାଉଥିବା ସମୟରେ ସେଠାରେ ଅଟକି ରହି ନିଆଁ କିପରି ଆୟତ କରାଯିବ ସେ ବିଷୟରେ ଭାବିଥିଲେ। ତତ୍ କ୍ଷଣାତ ସେ ନିଜର ବୁଦ୍ଧି ପ୍ରୟୋଗ କରି ସେହି ରାସ୍ତା ଦେଇ ଯେଉଁ ବସ୍ ଗୁଡ଼ିକ ଯାଉଥିଲା ସେଗୁଡିକୁ ଅଟକାଇ ବସ୍ ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି କାର୍ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଇତି ମଧ୍ୟରେ ପଚିଶ ରୁ ତିରିଶି ମିନିଟ୍ ବିତିଯାଇଥିବା ବେଳେ ସେଠାରେ ଦାନଗଦି ଫାୟାର ଷ୍ଟେସନ ର ଗାଡ଼ି ଏବଂ କର୍ମଚାରୀ ଆସି ପହଞ୍ଚିଥିଲେ। ଏଣୁ ସରୋଜ ମଧ୍ୟ ସେମାନଙ୍କ ସହ ମିଶି ଶେଷରେ ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ଦୁର୍ଘଟଣାଗ୍ରସ୍ତ କାର୍ ଟିରେ ସୁକିନ୍ଦା ଏବଂ ଧର୍ମଶାଳା ଅଞ୍ଚଳ ର ଦୁଇ ଜଣ ରାଜସ୍ଵ ନୀରିକ୍ଷକ ଥିବା ବେଳେ ସେମାନେ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିସହିତ ଦୁର୍ଘଟଣାଗ୍ରସ୍ତ କାର୍ ପଛରେ ଅଟକି ଥିବା ବସ୍ ଗୁଡ଼ିକ ମଧ୍ୟ ବର୍ତ୍ତି ଯାଇଥିଲା। ସରୋଜ ଙ୍କ ଭଳି ଜଣେ ସାହାସୀ ଯୁବକ ଙ୍କର ଏତାଦୃଶ କାର୍ଯ୍ୟ କୁ ସାଧାରଣ ରେ ବେଶ୍ ପ୍ରଶଂସା କରାଯାଇଛି।
ବାଇଟ-ସରୋଜ କୁମାର ନାୟକ, ଉଧାରକାରୀ ବ୍ୟକ୍ତି