ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଦାମୋଦରପୁର ଡାଇଭର୍ସନ ତଥା ଆଶୀର୍ବାଦ ଆଗ୍ରୋ ଅଟା ଫ୍ୟାକ୍ଟ୍ରି ନିକଟରେ ଟ୍ରକ୍ ପଛରେ କାର ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ବାଲେଶ୍ବର ନମ୍ବର ଥିବା ଉକ୍ତ କାର୍ ଟି କଟକ ରୁ ବାଲେଶ୍ୱର ଅଭିମୁଖେ ଆସୁଥିବାବେଳେ ଆଶୀର୍ବାଦ ଆଗ୍ରୋ ଅଟା ଫ୍ୟାକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ଆଗରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେଇଥିଲା। ଫଳରେ କାର୍ ରେ ଥିବା ୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣା ର ଖବର ପାଇ ସ୍ଥାନୀୟ ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପ ର ସଦସ୍ୟ ଓ ରାଜପଥ ପାଟ୍ରୋଲିଂ ପୁଲିସ ପହଞ୍ଚି ଗୁରୁତର ଆହତ ଙ୍କୁ ଉଦ୍ଧାର କରି ରାଜପଥ ପାଟ୍ରୋଲିଂ ଭ୍ୟାନ ଯୋଗେ ଯାଜପୁର ଟାଉନ ମେଡିକାଲ କୁ ପଠାଇଥିଲେ। ସେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ମୃତକ ଙ୍କ ସହ ଗୁରୁତର ଆହତ ଙ୍କ ପରିଚୟ ମିଳିପାରିନାହିଁ।