ନିର୍ବାଚନ ସରିବା ପରେ ରାଜ୍ୟ ରେ ଗଠନ ହୋଇଛି ନୂତନ ସରକାର। ଶାସନ ବ୍ୟବସ୍ଥାର ପଟ୍ଟ ପରିବର୍ତ୍ତନ ହୋଇଛି। ରାଜ୍ୟ ରେ ସରକାର ବଦଳିବା ସହ କୋରେଇ ନିର୍ବାଚନ ମଣ୍ଡଳୀ ରେ ଚଳିତ ବର୍ଷ ବାଜି ମାରି ନେଇଛନ୍ତି ବିଜେପି ବିଧାୟକ ଆକାଶ ଦାସନାୟକ। ବିଜେଡି ର ଗଡ଼ ଭାବେ ପରିଚିତ କୋରେଇ ନିର୍ବାଚନ ମଣ୍ଡଳୀ ରେ ପଦ୍ମ ଫୁଟାଇ ଛନ୍ତି ଆକାଶ। ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବିଧାୟକ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ପହଞ୍ଚି ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସହଭାଗୀ ହେଉଥିବା ଜଣେ ଦରଦୀ ହୃଦୟ ର ମଣିଷ ଙ୍କୁ ବିଧାୟକ ଭାବେ ପାଇ ଖୁସିବ୍ୟକ୍ତ କରିଛନ୍ତି ଜନସାଧାରଣ। ଆକାଶ ମଧ୍ୟ ନିଜର କାର୍ଯ୍ୟ କୁ ସଠିକ୍ ଭାବେ ପାଳନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ଆକାଶଙ୍କ ବ୍ଲକ ଗ୍ରସ୍ତକୁ ନେଇ ବିରୋଧୀ ଶିବିରରେ ଛାନିଆ ହେବା ସ୍ବାଭାବିକ।ନିର୍ବାଚିତ ଯୁବ ବିଧାୟକଙ୍କ ଆକ୍ସନ ମୋଡ଼ରେ ସିତିଳତା ହୋଇଗଲାଣି କୋରେଇ।ବିଡ଼ିଓ ଙ୍କୁ ପୂର୍ବ ଦିନ ମାନଙ୍କର ହିସାବ ଓ କେତୋଟି କାମ ହୋଇଛି କେତୋଟି କାମ ଅସମ୍ପୂର୍ଣ୍ଣ ରହିଛି ତାହାର ଜବାବ ମାଗିଲେଣି ଆକାଶ
ଏହି ପରିପ୍ରେକ୍ଷୀରେ ଆଜି ବିଧାୟକ ଶ୍ରୀ ଦାସନାୟକ ଅଚାନକ କୋରେଇ ବ୍ଲକ କାର୍ଯ୍ୟାଳୟ ଗ୍ରସ୍ତ କରିଥିଲେ। ସେଠାରେ ଏକ ବୈଠକ ଡକାଇ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି। ପୂର୍ବ ସରକାର ରେ ସରକାରୀ କଳ କୁ ଅପବ୍ୟବହାର କରି ବ୍ଲକ ରେ ହୋଇଥିବା ଦୁର୍ନୀତି ନେଇ ବୈଠକରେ ଆଲୋଚନା କରିଥିଲେ। ଏଥିସହିତ ପୁର୍ବରୁ କୋରେଇ ବ୍ଲକ ରେ ହୋଇଥିବା ସମସ୍ତ କାର୍ଯ୍ୟ ର ଫାଇଲ୍ ପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଦୁର୍ନୀତି ରେ ସାମିଲ୍ ହୋଇଥିବା ବ୍ୟକ୍ତି ବିଶେଷ ତଥା ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହି ବୈଠକ ରେ ବିଧାୟକ ଶ୍ରୀ ଦାସନାୟକ ଙ୍କ ସମେତ ଅନେକ ଉଚ୍ଚ ପଦସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ବିଧାୟକ ଙ୍କ ଏପରି କାର୍ଯ୍ୟ ଶୈଳୀ କୁ ନେଇ କୋରେଇ ଜନସାଧାରଣ ଙ୍କ ମଧ୍ୟ ରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅନ୍ୟାୟ ତଥା ଦୁର୍ନୀତି ମୁକ୍ତ କରି ଆକାଶ କୋରେଇ କୁ ନୂତନ ଭାବେ ଗଢିତୋଳିବା ନେଇ ମତ ପ୍ରକାଶ ପାଇଛି।