ପାଣିକୋଇଲି,୩୦/୭(ନିପ୍ର)ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା, ସୂଚନାଯୋଗ୍ୟ ବ୍ରଜନଗର ଠାରୁ କୁଆଖିଆ ପଯ୍ୟନ୍ତ ଏହି ରାସ୍ତା ବ୍ଲାକ ସ୍ପଟ ପାଲଟିଛି।ଦୀର୍ଘ ଦିନ ହେବ ଏହି ଦୁର୍ଘଟଣାର ପରିମାଣ ଅତ୍ୟଧିକ ବଢ଼ିବାରେ ଲାଗିଛି।ଗତକାଲି ମଧ୍ୟ ଏକ ଦୁଃଖଦ ଘଟଣା ମଣିପୁର ଠାରେ ଘଟିଛି।କୌଣସି ଏକ ଅଜଣା ଗାଡ଼ି ଦୁର୍ଘଟଣାରେ ଚାରୋଟି ନିରୀହ ଗୋମାତାଙ୍କ ମୃତ୍ୟୁ ହୋଇଛି। କୌଣସି ଏକ ଛୋଟ ଗାଡି ଏଭଳି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଚି।ଏବଂ ୧୬ନମ୍ବର ଜାତୀୟ ରାଜପଥ ଉପରେ ଅକାଳରେ ୪ଟି ନିରୀହ ଗୋମାତାଙ୍କ ଜୀବନ ଚାଲିଯାଇଛି।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପାଣିକୋଇଲି ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ”ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଭାପତି ଅଶୋକ କୁମାର ଦାସ ଘଟଣା ସ୍ଥଳକୁ ଯାଇ ସମସ୍ତ ସଦସ୍ୟଙ୍କୁ ପ୍ରଥମେ ଜଣାଇଥିଲେ।ଏବଂ ଏହା ସହ ପାଣିକୋଇଲି ପାଟ୍ରୋଲିଂ ପୁଲିସ ଅଧିକାରୀ ଅଶୋକ ବଳଙ୍କୁ ଜଣାଇବା ପରେ ପୁଲିସ ଅଧିକାରୀ ସ୍ଥାନୀୟ ରାଜପଥର ସମ୍ପ୍ରସାରଣ ଦାୟିତ୍ୱ ନେଇଥିବା ଡିବିଏଲ ର ଜେସିବି ସାହାଯ୍ୟରେ ପାଣିକୋଇଲି ପଥରପଦା ନିକଟରେ ଗୋମାତାଙ୍କ ସବସତ୍କାର କରାଇଛନ୍ତି।ଏହି କାର୍ଯ୍ୟରେ ସଂଗଠନର ସଦସ୍ୟ ହରେକୃଷ୍ଣ ସାହୁ, ନିରଞ୍ଜନ ବେହେରା, ବିଦ୍ୟାଧର ଦାସ, ରଞ୍ଜନ ପ୍ରଧାନ, ମେଘନାଦ ଜେନା,ସିଦାର୍ଥ ତ୍ରିପାଠୀ,ଉପଦେଷ୍ଟା ତାରିଣୀ ପଟ୍ଟନାୟକ ସହଯୋଗ କରିଥିଲେ। ସଂଗଠନର ସଭାପତି ତଥା ସମାଜିକ କର୍ମୀ ଅଶୋକ କୁମାର ଦାସ ଗୋମାତା ପାଳୁଥିବା ଗୋମାଲିକ ମାନଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଯେ ଗୋମାତା ମାନଙ୍କୁ ରାଜରାସ୍ତା ଉପରକୁ ନ ଛାଡ଼ିବା ପାଇଁ ବାରଣ କରିଛନ୍ତି ।ବର୍ତ୍ତମାନ ସମୟରେ ରାଜରାସ୍ତା ଉପରକୁ ଗୋମତାମାନେ ଆସିବା ଫଳରେ ଦୁର୍ଘଟଣା ଘଟି ଅନେକ ଗୋମାତାଙ୍କ ଜୀବନ ଅକାଳରେ ଝରି ପଡୁଛି । ଅନ୍ୟପଟେ କୋରେଇରେ ବିଧାୟକ ଆକାଶ ଦାସ ନାୟକ ଓ ସ୍ଥାନୀୟ ପ୍ରଶାସନଙ୍କୁ ମଧ୍ୟ ଅନୁରୋଧ କରାଇଛନ୍ତି କି ୧୬ନମ୍ବର ଜାତୀୟ ରାଜପଥ ପାଖ ଗ୍ରାମ ଗୁଡ଼ାକ ମାନଙ୍କରେ ଯଦି ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଆନ୍ତା ଏବଂ ଏହାକୁ ଯେଉଁମାନେ ଏଡାଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଆନ୍ତା ତେବେ ନିଶ୍ଚିତ ଭାବେ ବହୁ ମାତ୍ରାରେ ଗୋମାତାଙ୍କ ଦୁର୍ଘଟଣା କୁ ରୋକିଇ ଦିଆଯାଇପାରନ୍ତା ବୋଲି ଦାବି କରିଛନ୍ତି।