ମାଳଆନନ୍ଦପୁର ପଞ୍ଚାୟତ ରେ ବିଜେଡି ପକ୍ଷରୁ କର୍ମୀସଭା ଅନୁଷ୍ଠିତ

Spread the love

ମାଳଆନନ୍ଦପୁର ପଞ୍ଚାୟତ ରେ ବିଜେଡି ପକ୍ଷରୁ କର୍ମୀସଭା ଅନୁଷ୍ଠିତ।
ସଫଳତା ପାଇବା ସହ ଲୋକଙ୍କ ଦୁଃଖ ସୁଖ ବୁଝୁଛୁ ବିଜୁ ଜନତା ଦଳ-(ଭବପ୍ରସାଦ)
REPORT-ASHOK KUMAR DAS
DATE-19/4/24

ଆଙ୍କର-ଯାଜପୁର ବ୍ଲକ ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତ ର ନମଟିକିରି ଠାରେ ଚଳିତବର୍ଷ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ କର୍ମୀସଭା ଅନୁଷ୍ଠିତ ହୋଇଯାଇଛି।ଦଳ କିପରି ଅଧିକ ରୁ ଅଧିକ ସଫଳତା ପାଇବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦିଆଯାଇଛି। ବିଜୁ ଜନତା ଦଳ ଉପରେ ଲୋକଙ୍କ ଭରସା ରହିଛି ଏହି ଭରସା ବିଶ୍ୱାସକୁ ବଜାଇ ରଖିବାକୁ ସମସ୍ତ କର୍ମୀ ମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ଯାଜପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଭବ ପ୍ରସାଦ ଦାସ(ଲଲ)ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟିକା ପ୍ରାର୍ଥୀନୀ ସୁଜାତା ସାହୁ ଯୋଗଦେଇ ନିର୍ବାଚନ ପାଇଁ ପଞ୍ଚାୟତବାସୀ ଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲେ । ବବି ସମ୍ବଲପୁର ଲଢ଼ୁଥିବା ବେଳେ ଲଲ ଯାଜପୁର ଜିଲ୍ଲାର ନିର୍ବାଚନ ମଣ୍ଡଳୀ କୁ ଗ୍ରାଉଣ୍ଡ ଜ଼ୀରରୁ ସଂଘଠନ ବାନ୍ଧୁଥିବା ଦେଖିବାକୁ ମିଳୁଛି।ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ବକ୍ତା ଭାବେ ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭବପ୍ରସାଦ ଦାସ ଯୋଗଦେଇ ଯାଜପୁର ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଅବଦାନ ଆଲୋଚନା କରିଥିଲେ। ଏଥିସହିତ ଯାଜପୁର ବିଧାନସଭା ଆସନରେ ବିଜେଡ଼ିର ଜିତାପଟ ପାଇଁ ବିଜେଡି ର ଗଡ଼ ଭାବେ ପରିଚିତ ମାଳଆନନ୍ଦପୁର ପଞ୍ଚାୟତ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ନିଜ ବକ୍ତବ୍ୟରେ କହିଥିଲେ। ଚଳିତ ବର୍ଷ ନିର୍ବାଚନ ରେ ଯାଜପୁର ମାଟିର ଝିଅ ତଥା ବିଧାୟିକା ପ୍ରାର୍ଥୀନୀ ସୁଜାତା ସାହୁ ଙ୍କୁ ବିଜୟୀ କରିବା ପାଇଁ ପଞ୍ଚାୟତବାସୀ ଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ପରିଡା ଙ୍କ ସହ ବିଜେଡି ସାଧାରଣ ସମ୍ପାଦକ ଶୋମ୍ୟ ରଞ୍ଜନ ଧଳ ସହ ମାଳଆନନ୍ଦପୁର ପଞ୍ଚାୟତ ର ସମସ୍ତ ବିଜେଡି ନେତୃମଣ୍ଡଳୀ ଏବଂ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହିଥିଲେ।


Spread the love

Leave a Reply

Your email address will not be published. Required fields are marked *