ସ୍ଵାର୍ଥ ସରିଗଲା ଆଉ ହଜିଗଲା ମାନବିକତା

Spread the love

  • ହେ ମଣିଷ ସତରେ କ’ଣ ତୁ ସ୍ଵାର୍ଥପର? ଯଦି ସେପରି ହୋଇନଥାନ୍ତା ତାହେଲେ ବର୍ଷ ବର୍ଷ ଧରି ମୋତେ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ମୋର ଏପରି ରୋଗଣା ଅବସ୍ଥାରେ ମୋତେ ପର କରିଦେଇ ନଥାନ୍ତୁ। କ’ଣ ଦୋଷ କରିଥିଲି ମୁଁ ତୋର? ଯେ ତୁ ମୋତେ ଏମିତି ଅଧାରାସ୍ତା ରେ ଏକା ଛାଡିଦେଇ ଚାଲିଗଲୁ। ଏବେ ମୋର ଆସରା ସାଜିଛି ଏହି ଗଛ, ଯେତେଦିନ ବଞ୍ଚିବି ଏଇ ଗଛ ହିଁ କେବଳ ସାହା ଭରଷା। ନିଜ ନୀରବତାରେ ଏହି ପରି କିଛି ପ୍ରଶ୍ନ ପଚାରି ଚାଲିଛି ରୋଗ ଯନ୍ତ୍ରଣା ରେ ଛଟପଟ ହେଉଥିବା ବୁଢ଼ା ଓଟ ଟିଏ। ତା’ର ଛଳ ଛଳ ଆଖି କୁ ଦେଖିଲେ ସବୁକିଛି ଯେପରି ବାରି ହେଇଯାଉଛି। ଇଏ ହେଉଛି ଏକ ବୃଦ୍ଧ ରୋଗିଣା ଓଟର ଦାରୁଣ ଦୁଃଖ। ଏହି ଓଟ ଟିକୁ ତା’ର ମାଲିକ ଛାଡି ଦେଇ କେଉଁ ଆଡେ ଚାଲିଯାଇଛି। ବର୍ଷ ବର୍ଷ ଧରି ନିଜ ପିଠିରେ ମାଲିକ ର ବୋଝ ବୋହି ବୋହି ଓଟ ଟିର ପିଠିରେ ସୃଷ୍ଟି ହୋଇଛି ଏକ ବିରାଟ କ୍ଷତଚିହ୍ନ। ଏଥିସହିତ ବୁଢା ହୋଇଯାଇଥିବାରୁ ଓଟଟି ଠିକ୍ ଭାବରେ ଚଲାବୁଲା ମଧ୍ୟ କରିପାରୁନାହିଁ। ଏଣୁ ଆଜି ମାଲିକ ପାଇଁ ଏହି ଓଟ ଟି ହୋଇଯାଇଛି ବୋଝ। ଏପରି କିଛି ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥ କଡ଼ ସୋତି ଛକ ନିକଟରେ। ରାତ୍ରି ପ୍ରାୟ ୧୨ ଟା ସମୟରେ ଜୈନେକ ଅଜଣା ବ୍ୟକ୍ତି ଏହି ପୋଷା ଓଟ ଟିକୁ ଆଣି ନିକଟସ୍ଥ ଦୋକାନ ପାଖରେ ଛାଡିଦେଇ କେଉଁଆଡେ ଚାଲିଯାଇଛି। ଓଟ ଟିର ଅବସ୍ଥା ଏପରି ଯେ ପିଠିରେ ଏକ ବଡ଼ କ୍ଷତ ଚିହ୍ନ ସୃଷ୍ଟି ହେବା ସହ ଓଟ ଟି ବୃଦ୍ଧ ହେତୁ ଚାଲିବାକୁ ମଧ୍ୟ ଅକ୍ଷମ ହୋଇପଡିଛି। ଓଟ ଟିର ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର କିଛି ସହୃଦୟ ଯୁବକ ଓଟ ଟି ର ମାଲିକ କୁ ଖୋଜା ଖୋଜି କରିବା ସତ୍ତ୍ୱେ ନ ପାଇ ଶେଷରେ ଓଟ ପାଇଁ ଖାଦ୍ୟ ଯୋଗାଡ଼ କରିଥିଲେ ମଧ୍ୟ ଓଟ ଟି କିଛି ନ ଖାଇ ନ ପିଇ ସେମିତି ଶୋଇ ରହିଛି। ଆଉ ଛଳ ଛଳ ଆଖିରେ ବୋଧେ ମନେ ମନେ ତା ମାଲିକ କୁ ଖୁବ୍ ଖୋଜୁଛି। ଏଣୁ ସ୍ଥାନୀୟ ପ୍ରଶାସନ ତଥା ବନ ବିଭାଗ ଏହି ଓଟ ଟିକୁ ନିଜ ହେପାଜତକୁ ନେଇ ତାହାର ଚିକିତ୍ସା କରାଇବା ସହ ଓଟ ର ମାଲିକ କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ତଥା ପଶୁପ୍ରେମୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *