ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ, ବେଆଇନ ପାର୍କିଂଙ୍ଗ ନେଇ ଜୋରିମାନା ଆଦାୟ

Spread the love

 

@ବେଆଇନ ପାର୍କିଂଙ୍ଗ ନେଇ ବଢୁଛି ଦୃଘଟଣା

ଏକମାସ ଭିତରେ ଘଟିଲାଣି 80ରୁ ଉର୍ଦ୍ଧ ଦୃଘଟଣା

ପରିବହନ ବିଭାଗ ର ପଦକ୍ଷପ ପାଇଁ ଅଞ୍ଚଳବାସୀ ଖୁସି
Format-Avo

ବେଫିକର ହୋଇପଡ଼ିଛନ୍ତି ଭାରୀଯାନ ଚାଳକ। କେତେବେଳେ ମନଇଚ୍ଛା ଗାଡ଼ି ଚାଳନା କରିବା ଯୋଗୁଁ ଦୁର୍ଘଟଣା ଘଟୁଛି ତ, ଅନ୍ୟ କେତେବେଳେ ରାଜପଥ କଡ଼ ଏବଂ ସର୍ଭିସ୍ ରୋଡ଼ ରେ ଭାରୀଯାନଗୁଡିକର ବେଆଇନ ପାକିଂ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି। ଯାଜପୁର ଜିଲ୍ଲାର ପାଣିକୋଇଲି ମଧ୍ୟ ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଥିବାବେଳେ ୨୦ ନମ୍ବର ଜାତୀୟ ରାଜପଥ ମଧ୍ୟ ପାଣିକୋଇଲିଠାରୁ ଆରମ୍ଭ ହୋଇଛି। ଯୋଗାଯୋଗ ଓ ଗମନାଗମନ ଦୃଷ୍ଟିରୁ ପାଣିକୋଇଲି ଛକ ଏକ ପ୍ରମୁଖ ସ୍ଥଳ ଭାବେ ପରିଗଣିତ। ଦୈନିକ ହଜାର ହଜାର ସଂଖ୍ୟକ ଯାନବାହାନ ଏହି ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବାବେଳେ ଏହି ରାଜପଥ କଡ଼ରେ ତଥା ସର୍ଭିସ୍ ରୋଡ଼ ରେ ବେଆଇନ ପାର୍କିଂ ବର୍ତ୍ତମାନ ସମସ୍ୟା ସୃଷ୍ଟି କରିଛି। ୧୬ ନମ୍ବର ଜାତୀୟ ରାଜପଥର ହାଟସାହି ଠାରୁ ଆରମ୍ଭ କରି ପାଣିକୋଇଲି ଓଭରବ୍ରିଜ ଆରମ୍ଭ ପର୍ଯ୍ୟନ୍ତ ରାଜପଥ କଡ ତଥା ସର୍ଭିସ୍ ରୋଡ଼ ଗୁଡ଼ିକ ଗ୍ୟାରେଜ ଓ ଟ୍ରକ୍ ମାଲିକଙ୍କ କବଜା ରେ ରହୁଛି। ସର୍ଭିସ୍ ରୋଡ଼ ଏବଂ ରାଜପଥ କଡ଼ରେ ଅଧିକାଂଶ ସମୟରେ ଟ୍ରକ୍ ଗୁଡିକ ଲମ୍ବା ଧାଡ଼ି ରେ ଠିଆ ହୋଇ ରହୁଥିବାରୁ ରାସ୍ତା ସବୁବେଳେ ଜାମ ରହୁଛି। ଫଳରେ ଛୋଟ ଗାଡ଼ି କିମ୍ଵା ବାଇକ୍ ଟିଏ ସହଜରେ ଅତିକ୍ରମ କରିପାରୁନଥିବା ବେଳେ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତେବେ ଗତକାଲି ଏନେଇ ସନ୍ଧ୍ୟା ସମୟରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନିଳକଣ୍ଠ ପ୍ରଧାନ ଓ ପାଣିକୋଇଲି ଥାନା ଅଧିକାରିଣୀ ଲିଜାରାଣୀ ବିଶ୍ଵାଳ ଙ୍କ ନିର୍ଦ୍ଦେଶ କ୍ରମେ ପାଣିକୋଇଲି ଠାରୁ ହାଟସାହି ପର୍ଯ୍ୟନ୍ତ ବେଆଇନ ପାର୍କିଂ ନେଇ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ଵାରା ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ଦୀର୍ଘଦିନ ହେବ ବେଆଇନ ପାର୍କିଂ ହୋଇ ଠିଆ ହୋଇ ରହିଥିବା ଗାଡ଼ି ଗୁଡ଼ିକୁ କ୍ରେନ ସାହାଯ୍ୟ ରେ ପାଣିକୋଇଲି ଥାନା କୁ ଅଣାଯିବା ସହ ଗାଡି ଗୁଡ଼ିକ ର ମାଲିକ ମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା କରାଯାଇଥିଲା। ଏଥିସହିତ ଅନ୍ୟାନ୍ୟ ବେଆଇନ ପାର୍କିଂ ଗାଡ଼ି ଗୁଡ଼ିକ ଠାରୁ ମୋଟ୍ ୨୪,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଣିକୋଇଲି ଥାନା ଅଧିକାରିଣୀ ଲିଜାରାଣୀ ବିଶ୍ଵାଳ, କର୍ମଚାରୀ ରାଜେଶ କୁମାର ମଙ୍ଗରାଜ, ଟ୍ରାଫିକ ଇନ୍ସପେକ୍ଟର ରଜତ ଶତପଥୀ ଓ ଜୁନିୟର ଇନ୍ସପେକ୍ଟର ପ୍ରଦୀପ୍ତ ବେହେରା ଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ।


Spread the love

Leave a Reply

Your email address will not be published. Required fields are marked *