ପାରିବାରିକ କଳହ ରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ଉଦ୍ଧାର।

Spread the love

  1. ପାରିବାରିକ କଳହ ରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ଉଦ୍ଧାର।


ପାଣିକୋଇଲି “ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନ୍ଦପୁର ପଞ୍ଚାୟତ ମତାବାଦ ଗ୍ରାମର ଜୈନେକ ମହିଳା ଆଜି ପାରିବାରିକ କଳହ କୁ କେନ୍ଦ୍ରକରି ନିଜ ପିଲାମାନଙ୍କ ସହ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ସ୍ଵେଚ୍ଛାସେବୀ ଙ୍କ ପକ୍ଷରୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ମତାବାଦ ଗ୍ରାମର ପ୍ରମିଳା ସାହୁ(୩୫) ଏବଂ ତାଙ୍କ ପିଲା ମାନଙ୍କୁ ତାଙ୍କ ସ୍ଵାମୀ ରସାନନ୍ଦ ସାହୁ(୪୧) ବିଭିନ୍ନ ସମୟରେ ମଦ୍ୟପାନ କରି ଆସି ପତ୍ନୀଙ୍କୁ ମାରଧର କରନ୍ତି । ଏନେଇ ମାଡ଼ ଗାଳି ଅସହ୍ୟ ହେବାରୁ ଆଜି ପ୍ରମିଳା ମାନସିକ ଭାରସାମ୍ୟ ହରାଇ ବସି ନାବାଳିକା ଝିଅ ମୋନାଲିସା ସାହୁ (୧୧) ଓ ପୁଅ ନିରଞ୍ଜନ ସାହୁ(୬) ଙ୍କୁ ସାଥିରେ ଧରି ଆତ୍ମହତ୍ୟା କରିବା ପାଇଁ ପାଣିକୋଇଲି ସ୍ଥିତ ଏକ ବିଷ ଦୋକାନ ରେ ବିଷ ନେବାକୁ ପହଞ୍ଚିଥିଲେ। ପଚରାଉଚରା କରି ବିଷ ଦୋକାନ ର କର୍ମଚାରୀ ଏହା ଜାଣିପାରିବା ପରେ ନିକଟସ୍ତ ପାଣିକୋଇଲି ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପ ର ସଭାପତି ଅଶୋକ କୁମାର ଦାସ ଏବଂ ପାଟ୍ରୋଲିଂ ପୁଲିସ ଅଧିକାରୀ ଅଶୋକ ବଳ ଙ୍କୁ ଏ ବିଷୟରେ ଜଣାଇଥିଲେ। ସଙ୍ଗେ ସଙ୍ଗେ ସେଠାରେ ହେଲ୍ପିଙ୍ଗ୍ ଗ୍ରୁପ ର ସଦସ୍ୟ ଏବଂ ପାଟ୍ରୋଲିଂ ଅଧିକାରୀ ଶ୍ରୀ ବଳ ପହଞ୍ଚି ପ୍ରମିଳା ଏବଂ ତାଙ୍କ ପିଲା ମାନଙ୍କୁ ଖାଦ୍ୟପେୟ ଦେଇ ପାଣିକୋଇଲି ଥାନା କୁ ଆଣିବା ସହ ସେମାନଙ୍କ ଥଇଥାନ ପାଇଁ ପାଣିକୋଇଲି ଥାନା ଅଧିକାରିଣୀ ଙ୍କ ସହ ଆଲୋଚନା କରିଥିଲେ। ତେବେ ସେମାନେ ‘ସଖୀ’ ରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା ବେଳେ ପ୍ରମିଳା ସେଠାରେ ରହିବା ପାଇଁ ଅରାଜି ହୋଇଥିଲେ। ଏଣୁ ପାଣିକୋଇଲି ଥାନା ଅଧିକାରିଣୀ ଯାଜପୁର ସଦର ଥାନା ଅଧିକାରୀ ଙ୍କ ସହ ଯୋଗାଯୋଗ କରି ଏକ ଅଟୋ ଭଡ଼ା କରି ସେମାନଙ୍କୁ ଯାଜପୁର ସଦର ଥାନା କୁ ପଠାଇ ଥିଲେ। ସେମାନଙ୍କ ପରିବାର କୁ ଡକାଯାଇ ପ୍ରମିଳା ଏବଂ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ସଦର ପୁଲିସ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟ ରେ ହେଲ୍ପିଙ୍ଗ୍ ଗ୍ରୁପର ସଭାପତି ଅଶୋକ କୁମାର ଦାସ, କୋସାଧକ୍ଷ ହରେକୃଷ୍ଣ ସାହୁ, କୁନା ମହି ,ପ୍ରିୟାଶୁ ଦାସ,ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।


Spread the love

Leave a Reply

Your email address will not be published. Required fields are marked *