*Breking news* ସିମେଣ୍ଟ ବ୍ୟାରିକେଡ଼ରେ ପିଟିହୋଇ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

Spread the love

ଆଙ୍କର-ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ପାଣିକୋଇଲି ଥାନା ଅନତୀ ଦୂର ରେ ସିମେଣ୍ଟ ବ୍ୟାରିକେଡ଼ ରେ ପିଟିହୋଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକ ମୃତ,ଜଣେ ଗୁରୁତର ଆହତ। ସୂଚନା ମୁତାବକ ଉକ୍ତ ଯୁବକ ଦୁଇଜଣ ଯୁବକ ବାଇକ୍ ଯୋଗେ ପାଣିକୋଇଲି ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପାଣିକୋଇଲି ଥାନା ର ଅନତୀ ଦୂରରେ ଥିବା ଟ୍ରମାକେୟାର ସମ୍ମୁଖରେ ରାସ୍ତା କଡ଼ରେ ଥିବା ସିମେଣ୍ଟ ବ୍ୟାରିକେଡ଼ ରେ କୌଣସି କାରଣ ଯୋଗୁଁ ପିଟିହୋଇ ଛିଟିକି ପଡିଥିଲେ। ଫଳରେ ଜଣେ ଯୁବକ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣାର ଖବରପାଇ ପାଣିକୋଇଲି ପୁଲିସ, ସ୍ଥାନୀୟ ଲୋକେ ଓ ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପ ର ସଦସ୍ୟ ମାନେ ପହଞ୍ଚି ଗୁରୁତର ଆହତ ଙ୍କୁ ଉଦ୍ଧାର କରି ପୁଲିସ ଭ୍ୟାନ ଓ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ପାଣିକୋଇଲି ପୁଲିସ ତଦନ୍ତ ଜାରି ରଖିଛି। ତେବେ ମୃତାହତ ଙ୍କ ପରିଚୟ ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ ଉଭୟ ଭଦ୍ରକ ଅଞ୍ଚଳ ର ବୋଲି ଜଣାପଡ଼ିଛି।


Spread the love

Leave a Reply

Your email address will not be published. Required fields are marked *